UPSC Civil Services (Main) Examination 2026 — Odia (Compulsory): Question Paper | Plutus IAS

UPSC Civil Services (Main) Examination 2026 — Odia (Compulsory): Question Paper | Plutus IAS

The questions below are from Odia (Compulsory) of UPSC Civil Services (Main) Examination 2026 (held 2026-08-29) — the actual paper, which is public government content. This page carries the questions for reference and revision; model answers for this paper are not published here.

Official paper (PDF): upsc.gov.in.

  1. ନିମ୍ନଲିଖିତ ଯେ କୌଣସି ଗୋଟିଏ ବିଷୟରେ 600 ଶବ୍ଦ ମଧ୍ୟରେ ଏକ ପ୍ରବନ୍ଧ ଲେଖ : – (a) ଭାରତବୋଧ ଅବଧାରଣା ଓ ଆମର ଭବିଷ୍ୟତ – (b) ଡିଜିଟାଲଯୁଗରେ ନାଗରିକଙ୍କ କର୍ତ୍ତବ୍ୟ – (c) ଭାରତର ଅନ୍ତରୀକ୍ଷ ଗବେଷଣା ଓ ମଙ୍ଗଳଯାନ – (d) ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଓ ଗୁଣବତ୍ତା ନିପ୍ଲକିଷ୍ଟର ପରିକ୍ରେବକୁ ଓଡ଼ିଆରେ ଅନୁବାଦ କର : Orientation for entrepreneurship has to start right from the schools. In schools, teachers need to highlight the role of entrepreneurship in national development. During college, students must be exposed to business development opportunities and must be trained towards the creation of new enterprises. Parents should encourage their children to take up new ventures after their education. We should cultivate a mindset that 'Idea is wealth'. The government must create a facilitating environment for the provision of venture capital for innovative ideas without collateral security. Universities and engineering and management institutions should work with banks and other funding agencies towards simplifying procedures for setting up businesses and working with entrepreneurs till the project becomes self-sustaining and viable. Procedures in government should facilitate the spotting and recognition of new Indian talent in entrepreneurship by creating a level playing field for healthy competition. Citizens who can afford it should turn themselves into angel investors or start venture capital organizations to fund such new ventures. Big and small industries need to have an open mind in order to encourage and partner with young entrepreneurs.
  2. ନିମ୍ନଲିଖିତ ପରିଛେବଟିକୁ ଧାରପୂର୍ବକ ପାଠକରି ଏହାର ଆଧାରରେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସୃଷ୍ଟ, ଠିକ୍ ଓ ସଂକ୍ଷିପ୍ତ ଉତ୍ତର ଦିଅ : 12×5=60 ଦୁଃଖବର୍ଗରେ ଭୟରସ୍ଥାନ ଯାହା, ଆନନ୍ଦବର୍ଗରେ ଉତ୍ସାହର ସ୍ଥାନ ତାହା । ଯେଉଁ କର୍ମରେ କଷ୍ଟ ଓ ହାନିକୁ ସହ୍ୟକରିବାର ସାହସ ଥାଏ, ସେଇଠି ଆନନ୍ଦପ୍ରାୟିତ ଉକ୍କଣାରୁ ଉତ୍ସାହକୁ ଠିକ୍ ବୁଝିହୁଏ । କଷ୍ଟ ଓ ହାନିର ପାର୍ଥକ୍ୟ ଅନୁସାରେ ଉତ୍ସାହର ବି ପାର୍ଥକ୍ୟ ଜଣାପଡ଼େ । ସାହିତ୍ୟ ସମାଲୋଚକମାନେ ଏହି ଦୃଷ୍ଟିକୋଣରୁ ଏ ଗୁଡ଼ିକୁ ଯୁଦ୍ଧବାର, ବାନବାର, ଦୟାବାର ଇତ୍ୟାଦି ବିଭାଜନ କରିଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ପ୍ରାଚୀନ ଓ ପ୍ରଧାନ ହେଉଛି ଯୁଦ୍ଧବାରଦ, ଯେଉଁଠି ଆଘାତ, ପୀଡ଼ା ଏପରିକି ମୃତ୍ୟୁ ସୁଦ୍ଧା ଗୁରୁତ୍ୱ ରଖେ ନାହିଁ । ଏହିପ୍ରକାର ବାରଦର ପ୍ରକଟନ ପ୍ରାଚୀନକାଳରୁ ତୁଳି ଆସିଛି, ଯେଉଁଥିରେ ସାହସ ଓ ଚେଷ୍ଟାର ପ୍ରବର୍ଶନ ଚରମ ସାମାକୁ ଛୁଇଁଛି । କିନ୍ତୁ କେବଳ କଷ୍ଟ ବା ପୀଡ଼ାର ସହନ କରିବାର ସାହସରୁ ଉତ୍ସାହର ସ୍ୱରୂପ ପ୍ରକଟିତ ହୁଏ ନାହିଁ । ଏହା ସହିତ ଆନନ୍ଦର ସହିତ ଚେଷ୍ଟା କିମ୍ବା ଉକ୍କଣାର ମିଳନ ଆବଶ୍ୟକ । ଅବଶ ହୋଇନପଡ଼ି ବଡ଼କଷ୍ଟବରଣ କରିବାକୁ ଇଚ୍ଛା କରିବାକୁ ସାହସ କୁହାଯାଇପାରେ, ଉତ୍ସାହ ନୁହେଁ । ସେହିପରି ଚୁପସ୍ତପ ହାତପାଦ ନ ହଲାଇ ପ୍ରଚୁର ପ୍ରହାର ସହ୍ୟ କରିବାର ସାହସ ଏବଂ କଠିନରୁ କଠିନ ପ୍ରହାର ସହ୍ୟ କରିବି ନିଜସ୍ଥାନରୁ ନ ହଟିବାକୁ ସାହସ କୁହାଯିବ ଏବଂ ପ୍ରବଳ ପ୍ରତିରୋଧର ସନ୍ତୁଷ୍ଟାନ ହେଲେ ବି ଦୃଢ଼ ରହିବାକୁ ଅଟଳଭଦ୍ୟମ କୁହାଯାଏ । କେବଳ ଏହିପରି ସାହସ ଓ ଅଟଳ ଉଦ୍ୟମକୁ ଉତ୍ସାହ କୁହାଯିବ, ଯଦି ସାହସୀ କିମ୍ବା ଧୈର୍ଯ୍ୟଶାଳ ବ୍ୟକ୍ତି ଆନନ୍ଦର ସହ ନିଜ ଲକ୍ଷ୍ୟ ପଥରେ ଆଗେଇସେଲେ, ଅନେକ ବାଧାବିଦ୍ଧ ସତ୍ତ୍ୱେ । ସୃଷ୍ଟଭାବରେ କହିଲେ ଆନନ୍ଦର ସହ ଉଦ୍ୟମ କିମ୍ବା ଉକ୍କଣାର ଭିତରେ ଉତ୍ସାହକୁ ଦେଖାଯାଇପାରେ, କେବଳ କଷ୍ଟ ସହିବାର ନିଶ୍ଚେଷ ସାହସରେ ନୁହେଁ । ଉତ୍ସାହ ଭିତରେ ଉଭୟ ଦୃଢ଼ନିଷ୍ଠା ଓ ସାହସ ସଞ୍ଚାରିତ ହୁଏ । ଦାନବାର ଅର୍ଥତ୍ୟାଗ କରିବାର ସାହସ ଏବଂ ଏଥିରୁ ମିଳିବାକୁ ଥିବା କଷ୍ଟ ଓ କଠିନତାକୁ ସହ୍ୟ କରିବାର କ୍ଷମତା ରଖେ । ଯେତେବେଳେ ଦାନୀ ବ୍ୟକ୍ତି ଧନଦାନ ଦେଇ କିଛି ପରିମାଣରେ ଜୀବନଶୈଳୀରେ କଷ୍ଟବରଣ କରେ ବା କଠିନ ପରିସ୍ଥିତିର ସନ୍ତୁଷ୍ଟାନ ହୁଏ, ସେତେବେଳେ ତାର ଦାନବାରବ୍ ସ୍ତାକୃତ ହୁଏ । ଏହି କଷ୍ଟ ବା କଠିନତା ଯେତେ ଅଧିକ ହୁଏ ତାର ଦାନଶୀଳତା ସେତିକି ବଢ଼େ । କିନ୍ତୁ ଯେ ପର୍ଯ୍ୟନ୍ତ ଏହି ଅର୍ଥତ୍ୟାଗପାଇଁ ସାହସ ସହିତ ପୂର୍ଣ୍ଣହୃଦୟ ଓ ଆନନ୍ଦର ସଂଯୋଗ ହୋଇନାହିଁ, ଉତ୍ସାହର ସ୍ୱରୂପ ପ୍ରକଟିତ ହେବ ନାହିଁ । ଯୁଦ୍ଧଛଡ଼ା ସଂସାରରେ ଏମିତି କଷ୍ଟକର କାର୍ଯ୍ୟ ରହିଛି ଯେଉଁଠି କଠିନ ଶାରୀରିକ କଷ୍ଟ, ଏପରିକି ମୃତ୍ୟୁର ସମ୍ଭାବନା ବି ରହିଛି । ଗବେଷଣା କାର୍ଯ୍ୟପାଇଁ ବରଫାବୃତ, ମେଘମଣ୍ଡିତ ତୀଖ ପର୍ବତାରୋହଣ, ମେରୁ ଅଞ୍ଚଳ କିମ୍ବା ସାହାରା ମରୁଭୂମିରେ ଭ୍ରମଣ କରିବା, ଅଜଣା ଘନଅରଣ୍ୟକୁ ପ୍ରବେଶ କରିବା ମଧ୍ୟ ପରାକ୍ରମ ଓ ବାରବ୍‌ର କାର୍ଯ୍ୟ । ଆନନ୍ଦ ଓ ଆଗ୍ରହର ସହ ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କ ଉଦ୍ୟମ ମଧ୍ୟ ଉତ୍ସାହର ଅନ୍ତର୍ଭୁକ୍ତ । – (a) ଉତ୍ସାହ ଭିତରେ ସାହସର ଭୂମିକା କଣ ସ୍ତଷ୍ଟ କର । 12 – (b) ଦୃଢ଼ ଉଦ୍ୟମର ଅର୍ଥ କଣ ? 12 – (c) ଉତ୍ସାହ କେମିତି ପ୍ରାପ୍ତ ହୁଏ ? 12 – (d) ଆନନ୍ଦପୂର୍ଣ୍ଣ ଭକ୍ଷଣ ଏବଂ ଉତ୍ସାହର ସଂପୃକ୍ତ ନିରୂପଣ କର । 12 – (e) ଅର୍ଥଦାନ କରିବାକୁ ଦାନୀବ୍ୟକ୍ତିକୁ କଣ ସହ୍ୟ କରିବାକୁ ପଡ଼େ ? 12
  3. ନିମ୍ନଲିଖିତ ପରିକ୍ରେବଟିକୁ ଇଂରାଜୀରେ ଅନୁବାଦ କର : ଭାରତୀୟ ନାବିକ ନୌସ୍କଳନାର କୌଶଳ ପାଇଁ ପ୍ରାଚୀନ କାଳରୁ ପ୍ରସିଦ୍ଧି ଅର୍ଜୁନ କରିଛନ୍ତି । ଆଜିଠାରୁ 5000 ବର୍ଷପୂର୍ବରୁ ସେମାନେ ସମୁଦ୍ରରେ ନୌସ୍କଳନା ଆରମ୍ଭ କରିଥିଲେ । ସେ ସମୟରେ ସମୁଦ୍ରଯାତ୍ରାରେ ବ୍ୟବହାର ହେବାଭଳି ଖୁବ୍ କମ୍ ଉପକରଣ ଥିଲା । ଆଜିକାଲି ଭଳି ଉନ୍ନତ ଉପକରଣ ସେତେବେଳେ ଉପଲବ୍ଧ ନଥିଲା । ବୋଧହୁଏ ପ୍ରାଚୀନକାଳର ନାବିକମାନଙ୍କର ପାଣିପାଗଜ୍ଞାନ ଅନୁଭୂତି ଓ ସୃଷ୍ଟ ଅବବୋଧ ଆଧାରିତ ଥିଲା । ସେମାନେ ଗୃହନକ୍ଷତ୍ରର ସ୍ଥିତି ଅନୁଧ୍ୟାନ କରିପାରୁଥିଲେ, ପବନର ଗତି ଅନୁଧ୍ୟାନ କରିପାରୁଥିଲେ ଓ ସମୁଦ୍ରର ଜଳରାଶିର ରଙ୍ଗକୁ ଦେଖି ଗଭୀରତା ସ୍ଥିର କରିପାରୁଥିଲେ । ସାମୁଦ୍ରିକ ଜୀବଜନ୍ତୁକୁ ଦେଖି ସେମାନେ ସ୍ନଳଭାଗର ଦୂରତା ସ୍ଥିର କରିପାରୁଥିଲେ ଏବଂ ଅନେକ ସମୟରେ ନିକଟସ୍ଥ ଗୋଟିଏ ଦେଶର ଅବସ୍ଥିତି କଳନା କରିପାରୁଥିଲେ । ସେତେବେଳେ କୌଣସି ସାମୁଦ୍ରିକବିଦ୍ୟା ଏକାତେମା ନଥିଲା । ତେଣୁ ସେମାନଙ୍କୁ ଯେଉଁ ପ୍ରଶିକ୍ଷଣ ମିଳୁଥିଲା ତାହା ଚେଷ୍ଟା ଓ ଛୁଟି ଆଧାରିତ ଅନୁଭବଜ୍ଞାନ ଥିଲା । ଯେତେବେଳେ କୌଣସି ଦୁର୍ଘଟଣା ଘଟୁଥିଲା, ସେମାନଙ୍କର ସାହସ ଓ ଆତ୍ମବିଶ୍ୱାସ ବଳ ସେମାନଙ୍କୁ ଯାତ୍ରା ଅବ୍ୟାହତ ରଖିବାକୁ ପ୍ରେରଣା ଦେଉଥିଲା । ଏହାରି ବଳରେ ନାବିକମାନେ ପଶ୍ଚିମରେ ପାରସ୍ୟ ଉପସାଗର, ଆଫ୍ରିକାର ପୂର୍ବ ଉପକୂଳ ଏବଂ ସୁଦ୍ଧ୍ରବର୍ତ୍ତୀ ପୂର୍ବ ଇଶ୍ରୋନେସିଆ, କାମ୍ବୋଡ଼ିଆ, ଅକ୍ଟମ, ବୋର୍ସ୍ତିଓ, ସେଲିବିସ ପ୍ରଭୃତି ଦୀପସବୁରେ ପହଞ୍ଚି ପାରିଥିଲେ । ଆଧୁନିକ ସମୁଦ୍ରବିଦ୍ୟା ପ୍ରଶିକ୍ଷଣ 1920 ଦଶକର ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା । ସ୍ୱାଧୀନତାପରେ ଭାରତରେ ପରିବର୍ତ୍ତନର ଏକ ସୁଖବ ସ୍ରୋତ ପ୍ରବାହିତ ହୋଇଛି । ଭାରତର ପ୍ରାତ୍ମନ ଗୌରବ-ଜାହାଜଯାତ୍ରାର ପରମ୍ପରା-ସୂର୍ଯ୍ୟ, ଯାହା ଗତ କିଛି ଶତାବ୍ଦୀପୂର୍ବରୁ ଅସ୍ତମିତ ହୋଇଯାଇଥିଲା, ପୁଣି ଉଦୟ ହୋଇ ଚମକୁଛି । ଭାରତୀୟ ଜାହାଜଯାତ୍ରା ବ୍ୟାପାର ଏବେ ଠିକ୍ ଦିଗକୁ ଅଗ୍ରସର ହେଉଛି । ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ : (a) ବ୍ୟାସବାକ୍ୟ ସହ ସମାସର ନାମ ଲେଖ : $2 \times 4 = 8$ – (i) ବନଜାତ 2 – (ii) ମଧୁପ 2 – (iii) ନୀଳାକାଶ 2 – (iv) ତ୍ରିପ୍ତଳା 2 (b) ନିମ୍ନ ପ୍ରୟୋଗ ଗୁଡ଼ିକର ବିଶେଷକରି ଲେଖି ବାକ୍ୟରେ ବ୍ୟବହାର କର : $2 \times 4 = 8$ – (i) ପରଦାନା ମାରିବା 2 – (ii) ବିରାଡ଼ି ବୈଷବ 2 – (iii) ମାଙ୍କଡ଼ ହାତରେ ଶାଳଗ୍ରାମ 2 – (iv) କାଳାଗାଇର ଭିନ୍ନ ଗୋଠ 2 (c) ସନ୍ଧିବିକ୍ରେବ କର : $2 \times 4 = 8$ – (i) ପରୀକ୍ଷା 2 – (ii) ଜୟଦ୍ରଅ 2 – (iii) ଉଲ୍ଲାସ 2 – (iv) ମନସ୍ରାପ 2 (d) ନିମ୍ନଶବ୍ଦ ଗୁଡ଼ିକର ଭ୍ରମ ସଂଶୋଧନ କର : $2 \times 4 = 8$ – (i) ସ୍ୱପ୍ନଲ୍ୟତା 2 – (ii) ଜାଗ୍ରତାବସ୍ଥା 2 – (iii) ଉପଯୋଗୀତା 2 – (iv) ଧୂବ 2 (e) ନିମ୍ନ ବାକ୍ୟମାନଙ୍କରେ ଥିବା ବିଶେଷଣୀ ପଦକୁ ଚିହ୍ନାଅ : $2 \times 4 = 8$ – (i) ଏଇତା ସୁନାର ହାର । 2 – (ii) ତାଙ୍କ ମନ ନିର୍ମଳ ଥିଲା । 2 – (iii) ସେ ବରିଦ୍ର ଜୀବନଯାପନ କରନ୍ତି । 2 – (iv) ଘୋଡ଼ାଟି ଧୂରେ ଧୂରେ ବୌଚୁଛି । 2

Questions reproduced from the official paper for study purposes; verify on the exam-conducting body’s official website.


Related — other papers of this exam

No Comments

Post A Comment